କେସର ଫ୍ର।ଏଡ୍ ରଇସ୍

0
889

(ନ୍ୟୁଜ୍ ଏକ୍ସଟ୍ର। ବ୍ୟୁରୋ) ପ୍ରସ୍ତୁତି ସାମଗ୍ରୀ- : କେସର- ୧ ଚାମଚ, ବାସୁମତୀ ଚାଉଳ- ୨ କପ୍, ବାଦାମ- ୨ ଚାମଚ, କିସ୍ମିସ୍- ୨ ଚାମଚ,କାଜୁ- ୧ ଚାମଚ, ଅଳେଇଚ ଗୁଣ୍ଡ- ଚାମଚ, କଟା ପୋଦିନାପତ୍ର- ୧ଚାମଚ, କ୍ଷୀର- ୧/୩ କପ, କଟା ପିଆଜ-୧ ବାଉଲ୍ , ସ୍ୱାଦ ଅନୁସାରେ ଲୁଣ, ଚିନି- ୧ ଚାମଚ, ପାଣି-୨କପ୍, ଘିଅ-୩ ଚାମଚ ।
ପ୍ରସ୍ତୁତି ପ୍ରଣାଳୀ- ଗରମ କ୍ଷୀରରେ କେସରକୁ ମିଶାଇ ରଖିଦିଅନ୍ତୁ । ପ୍ୟାନ୍ରେ ଏକ ଚାମଚ ଘିଅ ପକାଇ ଗରମ କରି ସେଥିରେ ଚାଉଳ ଭାଜନ୍ତୁ । ଏହାପରେ କେସରଯୁକ୍ତ କ୍ଷୀର, ପାଣି, ବସୁମତି ଚାଉଳ ଓ ଲୁଣ ପକାଇ ୧୫ ମିନିଟ୍ ପର୍ଯ୍ୟନ୍ତ ଲୋ ଆଞ୍ଚରେ ପ୍ୟାନ୍କୁ ଢାଙ୍କି ରଖନ୍ତୁ । ଅନ୍ୟ ଏକ ପ୍ୟାନ୍ରେ ଘିଅ ଗରମ କରି ପିଆଜକୁ କିଛି ସମୟ ଭାଜନ୍ତୁ । ଏହାପରେ ଏଥିରେ ଚିନି ପକାନ୍ତୁ । ଚିନି ମିଶିଗଲାପରେ ଏଥିରେ କଟାଯାଇଥିବା କାଜୁ ଓ ବାଦାମ ପକ।ନ୍ତୁ । ଏହା ହୋଇଗଲା ପରେ ଗ୍ୟାସ୍ ବନ୍ଦ କରିଦିଅନ୍ତୁ । ଚାଉଳକୁ ବେଶୀ ସିଝାନ୍ତୁ ନାହିଁ । ଚାଉଳରେ କଟାଯାଇଥିବା କାଜୁ, ପିଆଜ ମିଶ୍ରଣ ଓ ଅଳେଇଚ ଗୁଣ୍ଡ ମିଶାଇ ଭଲ ଭାବେ ମିକ୍ସ କରି ଦିଅନ୍ତୁ । ଗରମାଗରମ କେସର ଫ୍ର।ଏଡ୍ ରଇସ୍ ଉପରେ ପୁଦିନାପତ୍ର ପକାଇ ଖ।ଇବକୁ ଦିଅନ୍ତୁ ।

LEAVE A REPLY

Please enter your comment!
Please enter your name here