ଚିକେନ୍ ପିଠା

0
766

(ନ୍ୟୁଜ୍ ଏକ୍ସଟ୍ର। ବ୍ୟୁରୋ) ଆବଶ୍ୟକ ସମାଗ୍ରୀ :- ଚିକେନ୍, ଚାଉଳ ବଟା, ଅଦା ବଟା, ରସୁଣ ବଟା, ଲଙ୍କା ଗୁଣ୍ଡ, ଲୁଣ, ତେଲ, ପିଆଜ ବଟା, ହଳଦୀ ଗୁଣ୍ଡ୍।
ପ୍ରସ୍ତୁତି ପ୍ରଣାଳୀ :- ପ୍ରଥମେ ଚିକେନ୍କୁ ଧୋଇକରି ପୂରା ଛୋଟ ଛୋଟ କରି କାଟି ଏକ ପାତ୍ରରେ ରଖନ୍ତୁ। ଏହାପରେ ସେଥିରେ ଅଳ୍ପ ଚାଉଳ ବଟା, ଅଦା ବଟା, ରସୁଣ ବଟା, ଲଙ୍କା ଗୁଣ୍ଡ, ଲୁଣ, ତେଲ, ପିଆଜ ବଟା, ହଳଦୀ ପକାନ୍ତୁ। ତା’ପରେ ଭଲ ଭାବେ ତାକୁ ଗୋଳାଇ ଦେଇ କିଛି ସମୟ ରଖିଦିଅନ୍ତୁ। ଏହାପରେ ଚୁଲିରେ ଏକ ତାୱା ବସାଇ ତେଲ ପକାନ୍ତୁ । ତେଲ ଗରମ ହୋଇଯିବା ପରେ ମ୍ୟ।ଗ୍ନେଟ୍ ହୋଇ ରହିଥିବା ଚିକେନ୍କୁ ସେଥିରେ ପିଠା ଭଳି ଦେଇ ଏପଟ ସେପଟ କରି ଲେଉଟାଇ ଦିଅନ୍ତୁ। ସିଝିବା ପର୍ଯ୍ୟନ୍ତ ଏକ ଢାଙ୍କୁଣି ଘୋଡ଼େଇ ରଖନ୍ତୁ। କିଛି ସମୟ ପରେ ଏହାକୁ ଚୁଲିରୁ ଉଠାଇ ଆଣନ୍ତୁ । ଏବେ ଆପଣଙ୍କର ପ୍ରସ୍ତୁତ ହୋଇଗଲା ଚିକେନ୍ ପିଠା, ୟ।କୁ ଅ।ପଣ ଗରମ୍ ଗରମ୍ ଖ।ଅ।ନ୍ତୁ।

LEAVE A REPLY

Please enter your comment!
Please enter your name here