ଅରବିନ୍ଦ କେଜ୍ରିୱାଲଙ୍କ କରୋନା ରିପୋର୍ଟ ନେଗେଟିଭ

0
431

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଶରୀରରେ ରବିବାର କରୋନା ଲକ୍ଷଣ ଦେଖା ଦେଇଥିବା ନେଇ ସୂଚନା ମିଳିଥିଲା । ତାଙ୍କର ସ୍ୱାବ ନମୁନା ପରୀକ୍ଷା କରାଯାଇଥିବା ବେଳେ ରିପୋର୍ଟ ନେଗେଟିଭ ଆସିଥିବା ଜଣା ପଡିଛି । ରବିବାର ଠାରୁ ଜ୍ୱର ସହିତ ତାଙ୍କର ଗଳା ଯନ୍ତ୍ରଣା ହେଉଥିବାରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନିଜର କୋଭିଡ-୧୯ ପରୀକ୍ଷା କରାଇଥିଲେ । ଆଜି ରିପୋର୍ଟ ନେଗେଟିଭ ଆସିବା ପରେ ସେ ଆଶ୍ୱସ୍ତ ହୋଇଛନ୍ତି ।

ସୂଚନା ମୁତାବକ, ଅରବିନ୍ଦ କେଜ୍ରିୱାଲ ରବିବାର ଠାରୁ ତାଙ୍କର ସମସ୍ତ ବୈଠକ ବାତିଲ କରିଥିଲେ ଏବଂ ନିଜକୁ ସଙ୍ଗରୋଧରେ ରଖିଥିଲେ । ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ରବିବାର ସନ୍ଧ୍ୟାରେ ଏକ ଅନଲାଇନ୍ ବୈଠକରେ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା । କରୋନା ଭାଇରସ ସଙ୍କଟ ସମୟରେ ଦିଲ୍ଲୀର ସମସ୍ତ ସରକାରୀ ଏବଂ ବେସରକାରୀ ଡାକ୍ତରଖାନାକୁ କେବଳ ଦିଲ୍ଲୀବାସୀଙ୍କ ପାଇଁ ବ୍ୟବହାର କରିବାକୁ କେଜ୍ରିୱାଲ ଘୋଷଣା କରିଥିଲେ । ଏହା ପରେ ଶରୀରରେ କରୋନା ଲକ୍ଷଣ ଦେଖାଯିବାରୁ ସେ ନିଜକୁ ସଙ୍ଗରୋଧ କରିବାକୁ ନିଷ୍ପତି ନେଇଥିଲେ ।

LEAVE A REPLY

Please enter your comment!
Please enter your name here