ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବଢ଼ିଲା ଗାଡ଼ି କାଗଜପତ୍ର ବୈଧତା

0
563

ନୂଆଦିଲ୍ଲୀ:କରୋନା ମହାମାରୀକୁ ଦୃଷ୍ଟିରେ ରଖି ଗାଡ଼ି କାଗଜପତ୍ର ବୈଧତା ଅବଧି ବୃଦ୍ଧି କରିଛନ୍ତି ସରକାର । ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ବଢ଼ିଛି ବୈଧତା ଅବଧି । ଏନେଇ ଟ୍ୱିଟ୍‌ରରେ ସୂଚନା ଦେଇଛନ୍ତି କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନିତୀନ ଗଡ଼କରି ।ଗାଡ଼ିର କାଗଜପତ୍ର ଯଥା ପଲ୍ୟୁସନ ସାର୍ଟିଫିକେଟ, ଟ୍ୟାକ୍ସ ସାର୍ଟିଫିକେଟ, ଡ଼ିଏଲ ନବୀକରଣ, ପରମିଟ୍ ନହୋଇଥିଲେ ମଧ୍ୟ ଫାଇନ ଦେବାକୁ ପଡ଼ିବ ନାହିଁ । ପୂର୍ବରୁ ମଧ୍ୟ ଗାଡ଼ି କାଗଜପତ୍ର ଯାଞ୍ଚ କୋହଳ କରିବା ସହ ଗତ ଫେବୃଆରୀ ୧ ତାରିଖ ସୁଦ୍ଧା ସରୁଥିବା ଗାଡ଼ିଗୁଡ଼ିକର କାଗଜ ପତ୍ରର ବୈଧତା ୩୦ ଜୁନ ଯାଏଁ ବୃଦ୍ଧି କରାଯାଇଥିଲା । ଏବେ ଏହାକୁ ସେପ୍ଟେମ୍ବର ୩୦ ଯାଏଁ ବୃଦ୍ଧି କରାଯାଇଛି ।

LEAVE A REPLY

Please enter your comment!
Please enter your name here