ଭଂଜନଗର ବ୍ଲକର ତିନି ବିଦ୍ୟାଳୟ ରେ ଉଦଘାଟିତ ହେଲା ସ୍ମାଟ କ୍ଳାସ

0
147

ଭଂଜନଗର : ଭଞ୍ଜନଗର ବ୍ଳକର ବଡକୋଦଣ୍ଡା ଜବାହାର ଉଚ୍ଚ ବିଦ୍ୟାଳୟ, ଗାଲେରୀ ଉଚ୍ଚ ବିଦ୍ୟାଳୟ ଓ ମଳାସ ପଦର ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟରେ ସ୍ମାର୍ଟ କ୍ଳାସ ର ଉଦଘାଟନ ହୋଇଯାଇଛି। ା ଏଥିନିମିତ୍ତ ଆୟୋଜିତ ଭର୍ଚ୍ଚୁଆଲ ମିଟିଂରେ ଏହି ବିଦ୍ୟାଳୟର ଷ୍ଟାଫ ଙ୍କ ସମେତ ଅତିଥି ରୂପେ ଭଞ୍ଜନଗର ବି.ଡି.ଓ ଅନିଲ କୁମାର ସେଠୀ, ବି.ଇ.ଓ ଏସ ଧନଞ୍ଜୟ ପ୍ରମୁଖ ଉପସ୍ଥିତ ଥିଲେ ା ବିଦ୍ୟାଳୟର ଛାତ୍ର ଛାତ୍ରୀମାନଙ୍କ ସମେତ କିଛି ଅଭିଭାବକ ମଧ୍ୟ ଏହି ଭର୍ଚ୍ଚୁଆଲ ମିଟିଂରେ ଉପସ୍ଥିତ ଥିଲେ ା ଜିଲ୍ଲା ସ୍ତରରେ ଏହି ମିଟିଂ ହେବା ସମେତ ଏହାକୁ ରାଜ୍ୟର ମୁଖ୍ୟ ମନ୍ତ୍ରୀ ଉଦଘାଟନ କରିଥିଲେ ା ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ରେ ସଂପ୍ରତି ବିଭିନ୍ନ ହାଇସ୍କୁଲ ଟ୍ରାନଫରମେସନ ଜାରି ରହିଥିବା ବେଳେ ଆଜି ଭଞ୍ଜନଗରର ଏହି ବିଦ୍ୟାଳୟ ଗୁଡିକରେ ସ୍ମାଟ କ୍ଳାସର ଶୁଭାରମ୍ଭ ହୋଇଥିବାରୁ ,ଛାତ୍ର ଛାତ୍ରୀ,ଶିକ୍ଷକ ଶିକ୍ଷୟିତ୍ରୀ,ଶିକ୍ଷାବିତ, ଅଭିଭାବକ ମହଲରେ ଖୁସିର ଲହରୀ ଖେଳିଯାଇଛି ା

ରିପୋର୍ଟ:ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here