ବିଭିନ୍ନ ଦାବୀକୁ ନେଇ ସମବାୟ ସମିତିର କାର୍ଯ୍ୟ ବନ୍ଦ ଆନ୍ଦୋଳନ

0
176

କୋଷାଗୁମୁଡା ( ନ୍ୟୁଜଏକ୍ସଟ୍ରା ) ଓଡ଼ିଶା ସମବାୟ ସମିତି ମହାସଂଘ ପକ୍ଷରୁ ବିଭିନ୍ନ ପ୍ରକାର ଦାବିକୁ ନେଇ ଦେଇଥିବା ସାମୁହିକ ଆନ୍ଦୋଳନ କୁ ସମର୍ଥନ କରି ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ସମବାୟ ସମିତିର କାର୍ଯ୍ୟରତ ସମସ୍ତ କର୍ମଚାରୀ ତାଲା ବନ୍ଦ କରି ସାମୁହିକ ଆନ୍ଦୋଳନ ରେ ସାମିଲ ହୋଇଥିବା ଜଣାପଡିଛି । ଦାବି ପୂରଣ ନହେଲେ ସମବାୟ ସମିତି ଓ ଲ୍ୟାମ୍ପ କୁ ଅନିଦ୍ଧିଷ୍ଠ କାଳ ପର୍ଯ୍ୟନ୍ତ ଆନ୍ଦୋଳନ ଚଳାଇବାକୁ ନିଷ୍ପତ୍ତି ନିଆଯାଇଛି । ବର୍ଷ ବର୍ଷ ଧରି ଜଣେ କାମ କରି ଶେଷରେ କୌଣସି ସରକାରୀ ସୁବିଧା ନ ପାଇ ହନ୍ତସନ୍ତ ହେଉଛନ୍ତି । କୌଣସି କର୍ମଚାରୀ ଙ୍କ ମୃତ୍ୟୁ ହୋଇଗଲେ ମଧ୍ୟ ଅନୁକମ୍ପା ରାଶି ମିଳୁନାହିଁ । ଚାଷୀଙ୍କୁ ଲୋନ , ଖତ, ସାର , ଯୋଗାଇବା , ବ୍ୟାଙ୍କ ଭଳି ସଞ୍ଚୟ କାରବାର , ମହିଳା ସଶକ୍ତିକରଣ ମାଧ୍ୟରେ କାର୍ଯ୍ୟ କରିବା , ମଣ୍ଡିରୁ ଧାନ କ୍ରୟ କରିବା , କୃଷି ଓ କୃଷକ ମାନଙ୍କ ବିକାଶ କରିବା ଭଳି କାମ ସମବାୟ ସମିତି ଏବଂ ଲ୍ୟାମ୍ପ ମାଧ୍ୟମରେ ଚାଲିଆସୁଛି । ସରକାର ଜାଣିଶୁଣି କର୍ମଚାରୀଙ୍କ ପ୍ରତି ଅବହେଳା ପଦର୍ଶନ କରି ଚୁପ ରହିଛନ୍ତି । ଏହାର ପ୍ରତିବାଦରେ ସମସ୍ତ କର୍ମଚାରୀ ଗତ ୮ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ କଳାବ୍ୟାଚ ପରିଧାନ କରିଥିଲେ । ତାପରେ ୧୪ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସମସ୍ତ ଲ୍ୟାମ୍ପ ରେ ତାଲା ପକାଇ ଆନ୍ଦୋଳନ ଜାରି କରିଛନ୍ତି । ଦାବି କରିଛନ୍ତି କି , କାର୍ଯ୍ୟନିର୍ବାହୀ ନିଯୁକ୍ତି ପ୍ରସ୍ତାବକୁ ରଦ୍ଦ କରାଯାଉ ଓ ଓଡ଼ିଶାର ସମସ୍ତ ୨୭୦୮ ପ୍ରାଥମିକ ସମବାୟ ଲ୍ୟାମ୍ପ ର କାର୍ଯ୍ୟରତ କର୍ମଚାରୀ ଙ୍କୁ ରାଜ୍ୟ ସରକାର କର୍ମଚାରୀ ଭାବେ ମାନ୍ୟତା ପ୍ରଦାନ କରାଯିବାକୁ ପ୍ରଥମ ଦଫା ଦାବି କରାଯାଇଛି । ୭ମ ବେତନ କମିଶନଙ୍କ ସୁପାରିଶ ପ୍ରକାରେ ସମସ୍ତ କର୍ମଚାରୀଙ୍କୁ ଦରମା , ରାଜ୍ୟ ସରକାରଙ୍କ ବର୍ଦ୍ଧିତ ମହଙ୍ଗା ଭତ୍ତା ୧୮୯℅ କୁ ବୃଦ୍ଧି କରାଯାଇ ସମିତି ଓ କ୍ୟାମ୍ପ କର୍ମଚାରୀଙ୍କୁ ପ୍ରଦାନ କରାଯାଉ । ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରକାଶିତ ଲ୍ୟାମ୍ପ ପ୍ରଶାସନିକ ଫାଣ୍ଠି କାର୍ଯ୍ୟକାରୀ କରାଯାଉ , ଆସନ୍ତା ସମବାୟ ବାର୍ଷିକ ବଜେଟରେ ସମସ୍ତ କର୍ମଚାରୀଙ୍କ ନିମନ୍ତେ ଦରମା ଭତ୍ତା ନିମନ୍ତେ ଏକ ହଜାର କୋଟି ଟଙ୍କାର ବଜେଟ ମଞ୍ଜୁର , ମହାମାରୀ କରନା ସମୟରେ ମୃତ୍ୟୁ ବରଣ କରିଥିବା କର୍ମଚାରୀଙ୍କ ପରିବାର ବର୍ଗ ଙ୍କୁ ୫୦ ଲକ୍ଷ ଟଙ୍କାର କ୍ଷତି ପୂରଣ ପ୍ରଦାନ , ସମସ୍ତ କର୍ମଚାରୀ ଙ୍କୁ ୧୦ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ପ୍ରଦାନ କରିବା ସହ ତ୍ରିସ୍ତରୀୟ ବ୍ୟବସ୍ଥା ଉଚ୍ଛେଦ କରି ଅନ୍ୟ ରାଜ୍ୟ ଭଳି ୨ୟ ସ୍ତରୀୟ ବ୍ୟବସ୍ଥା ପ୍ରଚଳନ କରାଯାଉ ବୋଲି ସଙ୍ଘ ଦାବି କରିଛନ୍ତି । କୋଡ଼ିଙ୍ଗା ଲ୍ୟାମ୍ପରେ ତାଲା ପକାଇ ଆନ୍ଦୋଳନ ଯୋଗୁଁ ଅଞ୍ଚଳର ଚାଷୀ ବହୁତ ହଇରାଣ ହେଉଥିବା ଦେଖିବାକୁ ମିଳିଛି । ଆସନ୍ତା ଡିସେମ୍ବର ମାସରେ ଧାନ ମଣ୍ଡି ଆରମ୍ଭ ହେବାକୁ ଥିବା ବେଳେ ଲ୍ୟାମ୍ପ କର୍ମଚାରୀ ଦାବି ପୂରଣ ନହେଲେ ଧାନ ମଣ୍ଡିରେ ସହଯୋଗ କରିବୁ ନାହିଁ ବୋଲି କହିଛନ୍ତି । ଏହି ତାଲା ବନ୍ଦ ଆନ୍ଦୋଳନ ରେ କୋଡ଼ିଙ୍ଗା ଲ୍ୟାମ୍ପର ପି ଭି ଆର ମୂର୍ତ୍ତି , ପ୍ରମୋଦ ପାଣିଗ୍ରାହୀ , ଶ୍ରୀରାମ ଖଣ୍ଡପାନ , କୀର୍ତ୍ତନ ବିଶ୍ୱାଳ , ଆକାଶ ବିଶୋଇ , ଇଶ୍ୱର ହରିଜନ , ଯୁଗଳ ମାଳି , କପିଳାସ ମାଳି , ରାମକୃଷ୍ଣ ନାୟକ , ହିମାଂଶୁ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ – ଯୋଗେନ୍ଦ୍ର ପ୍ରସାଦ ମହାନ୍ତି

LEAVE A REPLY

Please enter your comment!
Please enter your name here