ପୂଜ୍ୟ ପୂଜା ସମିତି ପକ୍ଷରୁ ନବକୃଷ୍ଣ ଚୌଧୁରୀ ଜୟନ୍ତୀ ପାଳନ

0
103

ବ୍ରହ୍ମପୁର: ବିଶିଷ୍ଟ ଚାଷୀ ନେତା, ସମାଜବାଦୀ ନେତା ତଥା ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ଙ୍କ 121ତମ ଜନ୍ମ ଜୟନ୍ତୀକୁ ସ୍ଥାନୀୟ ସାଂସ୍କୃତିକ ଅନୁଷ୍ଠାନ ପୂଜ୍ୟ ପୂଜା ସମିତି ପକ୍ଷରୁ ଯଥା ମର୍ଯ୍ୟାଦାର ସହ ପାଳନ ହୋଇଯାଇଛି l ବ୍ରହ୍ମପୁର ବିଜିପୁରସ୍ଥିତ କମ୍ମ୍ୟୁନିଟି ହଲ ଠାରେ ସମିତି ସଭାପତି ବଂଶୀଧର ଭୂୟାଁଙ୍କ ଅଧ୍ୟକ୍ଷତାରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି l ଗାନ୍ଧିଜୀଙ୍କ ଡାକରାରେ ନବବାବୁ ବ୍ରିଟିଶ ବିରୋଧୀ ଲଢେଇକୁ ଅଧିକ ତ୍ୱରାନ୍ୱିତ କରିଥିଲେ l ଓଡିଶାର ମୁଖ୍ୟମନ୍ତ୍ରୀ ଥିବାବେଳେ ମଧ୍ୟ ତାଙ୍କୁ ଶ୍ରଦ୍ଧାରେ ସମସ୍ତେ ନବବାବୁ ବୋଲି ସମ୍ବୋଧନ କରୁଥିଲେ l ତାଙ୍କ ଭଳି ସହକର୍ମୀ ତଥା ଦେଶସେବକ ପାଇବା ବିରଳ l ସେ ଜଣେ ପ୍ରଗତିଶୀଳ, ସମାଜବାଦୀ, ମାନବବାଦୀ, ଜ୍ଞାନୀ ବ୍ୟକ୍ତି ଥିଲେ l 1950 ମସିହା ସେପ୍ଟେମ୍ବର 28ତାରିଖରେ ଓଡିଶାର ମୁଖ୍ୟମନ୍ତ୍ରୀ ଥିବା ସମୟରେ ଜମିଦାରୀ ଉଛେଦ ଆଇନ ଭଳି ଯୁଗାନ୍ତକାରୀ ଆଇନ ଓଡିଶା ବିଧାନସଭାରେ ପାରିତ ହୋଇଥିଲା l ନବକୃଷ୍ଣ ଚୌଧୁରୀ ପ୍ରଥମଥର ପାଇଁ ବିଧାନସଭାରେ ଓଡ଼ିଆ ଲେଖା ବଜେଟ ପେଶ କଲେ l ସେ ମୁଖ୍ୟମନ୍ତ୍ରୀ ଥାଇ ମଧ୍ୟ ଭୁଦାନ ଆନ୍ଦୋଳନରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ l ମାତ୍ର ତିନି ବର୍ଷ ମଧ୍ୟରେ ରାଜଗlଙ୍ଗପୁର ସ୍ଥିତ ସିମେଣ୍ଟ କାରଖାନା, କଟକ ମଧୁପଟଣାର ଶିଳ୍ପାଞ୍ଚଳ, କୃଷି ମହାବିଦ୍ୟାଳୟ, ପଶୁପାଳନ ମହାବିଦ୍ୟାଳୟ ଓ ବୁର୍ଲା ଇଞ୍ଜିନିୟରିଙ୍ଗ କଲେଜ ପ୍ରତିଷ୍ଠା ଦିଗରେ ସବୁପ୍ରକାର ତତ୍ପରତା ଦେଖାଇଥିଲେ l ହୀରାକୁଦ ବନ୍ଧର ନିର୍ମାଣ ଓ ରାଉରକେଲା ଇସ୍ପାତ କାରଖାନା ନିର୍ମାଣ ଦିଗରେ ତାଙ୍କ ଅବଦାନ ସ୍ମରଣୀୟ l 1954 ଅକ୍ଟୋବର 14ତାରିଖରେ ‘ଦି ଓରିଶl ଅଫିସିଆଲ ଲlଙ୍ଗୁଏଜ ବିଲ ‘ବିଧାନସଭାରେ ପାସ ହୋଇଥିଲା l ଓଡିଶା ବିଧାନସଭାରେ ନିଶା ନିବାରଣ ଆଇନକୁ 1956ମସିହାରେ ପ୍ରଣୟନ କରାଯାଇଥିଲା l ସାମ୍ପ୍ରତିକ ପରିସ୍ଥିତିରେ ନବବାବୁଙ୍କୁ ମନେପକାଇବା ଅଧିକ ଗୁରୁତ୍ୱପୂର୍ଣ୍ଣ l ଦେଶ ନିର୍ମାଣ ସମାଜ ନିର୍ମାଣରେ ଅଧିକରୁ ଅଧିକ ଲୋକ ଜଡିତ ହେବା ପ୍ରୟୋଜନ ରହିଛି l ଆଜିର ସ୍ମୃତିସଭାରେ ସମ୍ପାଦକ ଏସ.ସlମ୍ବଶିବା ରାଓ,ସlଲ୍ଲା କେଶବ ଲିଙ୍ଗମ, ରମାଦେବୀ ପାଣିଗ୍ରାହୀ, ଶାନ୍ତିଲତା ଭୂୟାଁ, ଗଗନ ଚନ୍ଦ୍ର ମଲ୍ଲିକ, ବିଜୟ ଚନ୍ଦ୍ର ବିଷୋୟୀ, ମାନବ ଅଧିକାର ସୁରକ୍ଷା ମଞ୍ଚ ର ଆବାହକ ଅବନୀ ଗୟା ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ l

LEAVE A REPLY

Please enter your comment!
Please enter your name here