ଜିଲ୍ଳା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁଙ୍କ ବେଲଗୁଣ୍ଠା ବ୍ଳକ୍ ଗସ୍ତ

0
121

ବେଲଗୁଣ୍ଠା:ଆଜି ବେଲଗୁଣ୍ଠା ବ୍ଳକ୍ ରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକୁ ସମୀକ୍ଷା କରିବା ପାଇଁ ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ତଥା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ବେଲଗୁଣ୍ଠା ବ୍ଳକ୍ ଗସ୍ତ କରିଛନ୍ତି I ଏହି ଅବସରରେ ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶି ଭୂଷଣ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା I ଅନୁଷ୍ଠିତ ବୈଠକରେ ସୋରଡ଼ା ବିଧାୟକ ପୁର୍ଣ୍ଣଚନ୍ଦ୍ର ସ୍ୱାଇଁ, ଗଞ୍ଜାମ ଜିଲ୍ଳା ଜିଲ୍ଳା ପରିଷଦ ଅଧ୍ୟକ୍ଷା ପୁନମ୍ ପୋଲାଇ ,ସାଂସଦ ପ୍ରତିନିଧି ପ୍ରଶାନ୍ତ କୁମାର ନାୟକ ଯୋଗ ଦେଇ ବିଭିନ୍ନ ଊନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ I ବ୍ଳକ୍,ତହସିଲ୍, ସମନ୍ୱିତ ଶିଶୁ ବିକାଶ ଏବଂ ମହିଳା ବିଭାଗ, କୃଷି, ଜଳ ଯୋଗାଣ ବିଭାଗର ବିଭିନ୍ନ ପଦାଧିକାରୀମାନେ ଉପସ୍ଥିତ ରହି ବିଭାଗୀୟ ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ବିବରଣୀ ପ୍ରଦାନ କରିଥିଲେ I କ୍ଷତ୍ରିୟବରପୁର ସରପଞ୍ଚ ରାଜେନ୍ଦ୍ର ଗୌଡ଼ ରାସନ୍ କାର୍ଡ୍ ରେ ହିତାଧିକାରୀ ଚୟନ ସହ ବିଭିନ୍ନ ଯୋଜନାରେ କ୍ଷତ୍ରିୟବରପୁର ପଞ୍ଚାୟତକୁ ପାତର ଅନ୍ତର ନୀତି ନେଇ ଅଭିଯୋଗ ଆଣିଥିଲେ I ତନରଡା ପଂଚାୟତ ସରପଞ୍ଚ ଅନୀଲ ପାଠୀ ବ୍ଳକ୍ ରେ କାର୍ଯ୍ୟାଦେଶ ଫାଇଲ୍ ହଜିବା, ବିଧାୟକ ପାଣ୍ଠି ଫାଇଲ୍ ହଜିବା, ତନରଡା ପଂଚାୟତକୁ ବ୍ଳକ୍ ପ୍ରଶାସନ ଅବହେଳା କରୁଥିବାର ସ୍ୱର ଉତ୍ତୋଳନ କରିଥିଲେ I ଯୁବ ନେତା ଶିବରାମ ରାଉତ ଇନ୍ଦିରା ଆବାସ ଏବଂ ମୋ କୁଡ଼ିଆ ଯୋଜନାରେ ପ୍ରକୃତ ହିତାଧିକାରୀ ବାଦ୍ ପଡ଼ିବାନେଇ ଗୁରୁତର ଅଭିଯୋଗ ଉପସ୍ଥାପନ କରିଥିଲେ I ସମସ୍ତ କାର୍ଯ୍ୟର ସମୀକ୍ଷା ପରେ ଜିଲ୍ଳା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀ ସାହୁ ସମସ୍ତ ବିଭାଗକୁ ସମସ୍ତ ସରକାରୀ ଯୋଜନାକୁ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ I ବ୍ଳକ୍ କର୍ମଚାରୀଙ୍କ କାର୍ଯ୍ୟ ଶୈଳୀ ଉପରେ ଶ୍ରୀ ସାହୁ କ୍ଷୋଭ ପ୍ରକାଶ କରି ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ଗୁଡ଼ିକର ସଠିକ୍ ପରିଚାଳନା ପାଇଁ ନିର୍ଦ୍ଦେଶ ଦେଇଥିଲେ I ଏହା ସହିତ ତିନି ବର୍ଷ ଧରି ଚାଲିଥିବା ବୋଡ଼ା ନଦୀ ପୋଲ କାମକୁ ଯଥା ଶୀଘ୍ର ସମ୍ପୂର୍ଣ୍ଣ କରିବା ପାଇଁ ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ I ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ପାଢୀ,ସରପଞ୍ଚ ପ୍ରତିନିଧି ଏସ୍ ରାମେଶ୍ୱର ପାତ୍ରଙ୍କ ସମେତ ବ୍ଳକ୍ ର ସମସ୍ତ ସରପଞ୍ଚ, ସମିତି ସଭ୍ୟ ଏବଂ ଜିଲ୍ଳା ପରିଷଦ ସଭ୍ୟ ମାନେ ଉପସ୍ଥିତରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ I ଶେଷରେ ଅତିରିକ୍ତ ତହସିଲଦାର ଧରଣୀ ଧର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ I

ରିପୋର୍ଟ-ଶିବରାମ ଚୌଧୁରୀ

LEAVE A REPLY

Please enter your comment!
Please enter your name here