ଖୁରୁଡୁ ଗୋଛା ଠାରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର

0
158

ଭଞ୍ଜନଗର : ଉତ୍ତର ଘୁମୁସର ବନଖଣ୍ଡ ର ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ-୨,ସାଇଟ ସେଭରସ୍ ଇଣ୍ଡିଆ ଓ ଶଙ୍କର ଚକ୍ଷୁ ଚିକିତ୍ସାଳୟର ମିଳିତ ଆନୁକୂଲ୍ୟରେ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଖୁରୁଡୁ ଗୋଛା ଠାରେ ଅନୁଷ୍ଠିତ ହୋଇଯାଇଛି । ଶିବିରରେ ମୋଟ ୫୧ ଜଣଙ୍କ ଚକ୍ଷୁ ପରୀକ୍ଷା କରାଯାଇଛି । ସେଥି ମଧ୍ୟରୁ ପରଳ ରୋଗୀ ୨୧ ଜଣ ଚିହ୍ନଟ ହୋଇଥିବା ବେଳେ ୮ ଜଣଙ୍କୁ ଚଷମା ପ୍ରଦାନ ଓ ଅପରେସନ ପାଇଁ ଶଙ୍କର ଚକ୍ଷୁ ଚିକିତ୍ସାଳୟ କୁ ୧୯ ଜଣଙ୍କୁ ନିଆଯାଇଛି। ବନ ବିଭାଗ ପକ୍ଷରୁ ବନପାଳ ରାମେଶ୍ୱରୀ ସାହୁ,ବନରକ୍ଷୀ ବୁଲୁ ନାୟକ,ଏଫଏମୟୁ ସଂଯୋଜକ ସୁନୀଲ ପଣ୍ଡା, ମଧୁସୂଦନ ସ୍ୱାଇଁ, ସନ୍ତୋଷ ବେହେରା,ସ୍ଵାତୀ ଅନୁଷ୍ଠାନର ଭଗବାନ ସାହୁ,ଆଶୁତୋଷ ଭୋଇ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ଶଙ୍କର ଚକ୍ଷୁ ଚିକିତ୍ସାଳୟ ପକ୍ଷରୁ କ୍ୟାମ୍ପ ମ୍ୟାନେଜର ଚିତ୍ରସେନ ଗୌଡ଼,ଶୁଭମ ପଣ୍ଡା, ପ୍ରିୟା, ପ୍ରିୟଙ୍କା,ଅନୁ ଆରୋରା, ସୁମିତ ସୁମନ, ସାରଦା ପ୍ରସନ୍ନ ଷଡଙ୍ଗୀ, ଡ଼.ଅସ୍ମିତା କମ୍ବଲ ଚକ୍ଷୁ ପରୀକ୍ଷଣ କରିଥିଲେ । ସମସ୍ତ ରୋଗୀ ଙ୍କ ସମ୍ପୂର୍ଣ୍ଣ ମାଗଣାରେ ଚିକିତ୍ସା କରାଯିବା ସହ ଔଷଧ, ଚଷମା ମାଗଣରେ ଦିଆଯାଇ ଥିବା କ୍ୟାମ୍ପ ମ୍ୟାନେଜର ଚିତ୍ରସେନ ଗୌଡ଼ କହିଛନ୍ତି ।

ରିପୋର୍ଟ: ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here