କ୍ଷୟକ୍ଷତି ଦାବିନେଇ ଚାଷୀ ମାନେ ଘେରିଲେ କୋଦଳା ତହସିଲ କାର୍ଯ୍ୟାଳୟ

0
183

ବେଗୁନିଆପଡା: ଗଞ୍ଜାମ ଜିଲ୍ଲା କୋଦଳା ତହସିଲ ଘେରାଉ କଲେ ଚାଷୀ ।ଲଘୁଚାପ ଜନିତ ଲଗାଣ ବର୍ଷାରେ ବେଗୁନିଆପଡା ବ୍ଲକର ଛଚିନା, ମଠସରସିଂ, ଶାଳବଣ, ଓ କୋଦଳା ର ଶତାଧିକ ମହିଳା ଓ ପୁରୁଷ ଏକ ହୋଇ ଆଜି କୋଦଳା ତହସିଲ ଘେରିବା ସହ ଏକ ଦାବିପତ୍ର ତହସିଲଦାର ସସ୍ମିତା ଶତପଥୀ ଙ୍କୁ ଦେଇଛନ୍ତି ।ଚାଷୀ ମାନଙ୍କ କହିବା ମୁତାବକ କି ଲଗାଣ ବର୍ଷା ରେ ଚାଷଜମି ରେ ଯୋଉ କ୍ଷୟକ୍ଷତି ହୋଇଛି ତାହାର ଆକଳନ କରି କ୍ଷତି ପୂରଣ ଓ ଯେଉଁ ଋଣ ଆଣିଛନ୍ତି ତାହାର ଛାଡ଼ ପାଇଁ ଲିଖିତ ଭାବରେ ଦେଇଛନ୍ତି ତହସିଲଦାର ଙ୍କୁ । ଆଗାମୀ ୨ ଦିନ ମଧ୍ୟରେ ସମସ୍ତ ଜମି ତଦାରଖ କରି ଏହାର ରିପୋଟ ଦିଆଯିବ ବୋଲି ତହସିଲଦାର ସସ୍ମିତା ଶତପଥି କହିଛନ୍ତି। ଆରପଟେ ଚାଷୀ ମାନେ କହିଛନ୍ତିକି ଯଦି ଏହାର କ୍ଷତି ପୂରଣ ନ ମିଳେ ତାହାହେଲେ ଆଗାମୀ ଦିନରେ ରାଜରାସ୍ତାକୁ ଓଲେଇବାକୁ ବାଧ୍ୟ୍ୟ ହେବେ।

ରିପୋର୍ଟ:ନ୍ୟୁଜ ଏକ୍ସଟ୍ର ବ୍ୟୁରୋ

LEAVE A REPLY

Please enter your comment!
Please enter your name here