ଅମଳ ସମୟରେ ଦାଉ ସାଜିଲା ବର୍ଷା , ଏକର ଏକର ଜମି ପାଣିରେ ବୁଡି ଗଜା ହେଲା ଧାନ, କ୍ଷୟକ୍ଷତି ଦାବି କଲେ ଚାଷୀ

0
131

ବେଗୁନିଆପଡ: ଲଗାଣ ବର୍ଷା ଯୋଗୁଁ ନଷ୍ଟ ହେଲା ଧାନଫସଲ । ଅମଳ ଆମୟରେ ଦାଉ ସାଜିଲା ବର୍ଷା ଆଉ ଏକର ଏକର ଜମି ପାଣିରେ ବୁଡି ଗଜ ହେଲା ଧାନ । ଲଗାଣ ବର୍ଷା ଯୋଗୁଁ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଚାଷୀଙ୍କ ମେରୁଦଣ୍ଡ ସମ୍ପୂର୍ଣ୍ଣ ଦୋହଲି ଯାଇଛି। ଏହି ବ୍ଲକର ଚିଙ୍ଗୁଡ଼ିଖୋଲ ଓ ମର୍ଦ୍ଧକୋଟ ପଂଚାୟତରେ ଲଗାଣ ବର୍ଷା ଫଳରେ ଧାନ କ୍ଷେତ ସବୁ ପାଣିରେ ବୁଡିଯାଇଛି । ଚିଙ୍ଗୁଡ଼ିଖୋଲ, ଉସ୍ତାଳି, କଣ୍ଟାପଡା ଓ ମର୍ଦ୍ଧକୋଟର ଅନେକ ସ୍ଥାନରେ ଧାନକଟା ହୋଇ କ୍ଷେତରେ ପଡିଛି । ଆଉ ପାଣି ବାଜି ଧାନ ପଚି ଯାଇ ସବୁ ନଷ୍ଟ ହେବାକୁ ବସିଲାଣି । ସେପଟେ ଯେଉଁ ସବୁ ଧାନ ଯାଇ ବୋଝେଇ ହୋଇ ଆସିଥିଲା ତାହା ବର୍ଷା ପାଣିରେ ସଂପୂର୍ଣ୍ଣ ଓଦା ହୋଇଯାଇଛି । ବହୁତ ଡ଼ ଧାନ ଗଜା ହେବାକୁ ବସିଲାଣି । ଧାନ ଏପରି ଅବସ୍ଥା ଦେଖି ଚାଷୀ ମୁଣ୍ଡରେ ହାତ ଦେଇ ବସିଛି । ବ୍ୟାପକ ଫସଲ ହାନି ଯୋଗୁଁ ପ୍ରଶାସନକୁ କ୍ଷତିପୂରଣ ପାଇଁ ଗୁହାରି କରିଛନ୍ତି ଚାଷୀ ।

LEAVE A REPLY

Please enter your comment!
Please enter your name here