କବିତା ର ଅଭିମାନ

0
429

ସଙ୍ଘମିତ୍ରା ଦଳେଇ
÷÷÷÷÷÷÷÷÷÷÷÷

ବହୁଦିନ ପରେ ବସି ଭାବୁଥିଲି
ମୋ ମନୁ କବିତା କାହିଁ ହଜି ହାଜି ଗଲା
ଋଷି ଗଲା କି ସେ ମାନେ ଅପମାନେ
ମୋ ହାତୁ ଯେ ଖସିଗଲା ||

ଆଡ ଆଖି ରେ ଚାଁହି ସେ କହିଲା
କେତେ ଠକ ଠକ କଲି
ଶବ୍ଦର ପାଉଁଜି ଗୁନ୍ଥି ଗାନ୍ଥି କରି
ମନ ରେ ଧରାଇ ଦେଲି ||

କେବେ ପ୍ରଣୟ ର ଧାରା ବୁହାଇଲି
କେବେ ମମତା ର ଫଲଗୁ
କେବେ କେବେ ପୁଣି ନିରାଶ ର ବାଣି
କେବେ ପୁଣି ବି ତ କ୍ରୋଧ ର ଧାରା କୁ ଆଣି ||

ତଥାପି ତ ତୁମେ ସ୍ତବ୍ଦ ,ଚୁପ୍ ଚାପ୍ ହୋଇ ବସ
କଲମ ଧରିବା ସମୟ ଆସିଲେ
ସମୟ ତ ନାହିଁ
ଆଉ ଟିକେ ପରେ ଆସ
ଅବା
ଆଉ କେବେ କହି
ମୋରି ପାଖ ରୁ ଖସ ||

ହସି ଦେଲି ମୁଁ ନିରୋଳା ର ଏକ ହସ
କେମିତି ବୁଝିବୁ
ବୁଝେଇବି ତୋତେ
ମଣିଷ ହେବା ଟା ନୁହଁ ଏତେ ତ ସହଜ
ସମୟ ତ ଟିକେ ଦେ

ବୋହି ଯିବ କେତେ
କବିତା ଝରଣା
ଉଣା କରି ଦେବି ମନ ର ଯନ୍ତ୍ରଣା.
କଥାଟିଏ ଦେବୁ ସବୁଦିନ
ମୋତେ ପାଖ ରେ ରଖିବୁ
ମୋ ପାଖ ଛାଡିବୁ ନାହିଁ
ହେବୁ ନାହିଁ କେବେ ପର
ପ୍ରତିଶୃତି ଏହି ମୋର
ଅଭିମାନ ଭାଙ୍ଗି ଛାଇ ରେ ରହିବି ତୋର ||

LEAVE A REPLY

Please enter your comment!
Please enter your name here